ପ୍ରାୟ ୨୩ ବର୍ଷ ପରେ ଇନ୍ଦିରା ଗାନ୍ଧୀ ପାର୍କ ଓ ଚିଡ଼ିଆଖାନାକୁ ଫେରିଛନ୍ତି ଦୁଇଟି କଲରାପତରିଆ ବାଘ। ଏମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା (୮ ବର୍ଷ) ଥିବାବେଳେ ଅନ୍ୟଟି ଗୋଟିଏ ମାଈ(୭ ବର୍ଷ)। ଉଭୟଙ୍କୁ ପୁନେସ୍ଥ ରାଜୀବ ଗାନ୍ଧି ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ଗବେଷଣା କେନ୍ଦ୍ରରୁ ଅଣାଯାଇଛି। ସଂପ୍ରତି ଉଭୟ ବାଘ ସଙ୍ଗରୋଧରେ ଥିବାବେବେଳ ୨୧ ଦିନପରେ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ।
ଆର୍ଏସ୍ପି ପକ୍ଷରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ୪ ଶିଙ୍ଗ ବିଶିଷ୍ଟ ହରିଣ ବଦଳରେ ଏହି ଦୁଇ ବାଘକୁ ଅଣାଯାଇଛି।ବର୍ତ୍ତମାନ ଅଲଗା ଅଲଗା ଖୁଆଡ଼ରେ ରହୁଥିବାବେଳେ ଆଗାମୀ ଦିନରେ ଉଭୟଙ୍କୁ ଏକାଠି କରାଯିବ। ପରବର୍ତ୍ତୀ ସମୟରେ ଉଭୟେ ୨ ଏକର ବିଶିଷ୍ଟ ବାଘ ଖୁଆଡ଼ରେ ରହିବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏଠାରେ ୨ଟି କଲରାପତରିଆ ବାଘ ଅଣାଯାଇଥିଲା। କିନ୍ତୁ କୌଣସି କାରଣରୁ ପରବର୍ତ୍ତୀ ସମୟରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ଏହି ପାର୍କରେ ୨୫୫ଟି ପ୍ରାଣୀ, ପକ୍ଷୀ ଅଛନ୍ତି।