ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ ଜୀନତ୍

ଏନକ୍ଲୋଜରରୁ ମୁକ୍ତ ହେଲା ଦ୍ୱିତୀୟ ବାଘୁଣୀ ଜୀନତ୍। ମୁକ୍ତ ହୋଇ ଶିମିଳିପାଳର କୋର୍ ଏରିଆରେ ଛଡାଯାଇଛି । ରବିବାର ରାତି ପ୍ରାୟ ୯.୩୦ ରେ ଏନ୍ କ୍ଲୋଜରରୁ ବାହାରି ଜଙ୍ଗଲକୁ ଯାଇଛି ଜୀନତ୍ । ମୁକ୍ତ ହେବାପରେ ଜଙ୍ଗଲରେ ବିଶ୍ରାମ କରୁଛି ବୋଲି ସୂଚନା ଦିଆଯାଇଛି । ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା।

ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ ତାକୁ ଏନକ୍ଲୋଜରରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଥିଲା ଜିନତ।

ଅଧିକ ପଢନ୍ତୁ