ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ଙ୍କୁ ରାଜ୍ୟ ସରକାର ଆସନ୍ତାକାଲି (୨୦୨୪ ନଭେମ୍ବର ୨୭) ଚାକିରିରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀମତୀ କାର୍ତ୍ତିକେୟନଙ୍କ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ସୁଜାତା ଲୋକସେବା ଭବନରେ କେଉଁଠି ବସିବେ ? ଗୁରୁତ୍ୱପୂଣ୍ଣ ନା ଗୌଣ ବିଭାଗ ମିଳବ ? ଏଭଳି କେତେକ ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଆଲୋଚନା ହେଉଛି । ଆଇଏଏସ୍ କାର୍ତ୍ତିକେୟନ ମେ ୩୧ରୁ ଛୁଟିରେ ଯାଇଥିବା ବେଳେ ଆଉ ୬ ମାସ ଛୁଟିରେ ରହିବାକୁ ଚାହୁଁଥିଲେ। ତେବେ ତାଙ୍କ ଛୁଟିକୁ ମୋହନ ସରକାର ନାଁ କରିଦେବା ସହ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।