ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ। ମଣ୍ଡିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ ଚାଷୀ। ଏଥିପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ। ଯୋଗାଣ ବିଭାଗ ଏହା ଉପରେ ୨୪ ଘଣ୍ଟା କାଳ ନଜର ରଖିବ ।

ଏଥିସହ ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ରୋକିବାକୁ ତୁରନ୍ତ କଠୋର ପଦକ୍ଷେପ ନିଆଯିବ ।ଏହାସହ ୧୯୬୭ ନମ୍ବରରେ କଲ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜାଣିପାରିବେ ଚାଷୀ। ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ମଣ୍ଡିରେ ଚାଷୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅତ୍ୟାଧୁନିକ ମଡେଲରେ କଣ୍ଟ୍ରୋଲ ରୁମ୍‌କୁ କରାଯାଇଛି। ରାଜ୍ୟରେ ଯେତେ ମଣ୍ଡି ଅଛି ସେଠାରେ କିପରି ଚାଷୀମାନେ ଧାନ ଦେବେ ଓ ସେମାନଙ୍କ ଆକାଉଣ୍ଟକୁ ଠିକ୍‌ ଭାବେ ଟଙ୍କା ଯିବ ତାହା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଅଧିକ ପଢନ୍ତୁ

Odisha Darpan Digital