ପଶ୍ଚିମବଙ୍ଗରୁ ଆସୁନି ଆଳୁ ଟ୍ରକ, ବଢି ଚାଲିଛି ଆଳୁ ଦାମ

ପଶ୍ଚିମବଙ୍ଗରେ ଅଟକି ରହିଛି ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି । ଗତ ଦୁଇଦିନ ବିତିଗଲାଣି ସେଠାରୁ ଆଳୁ ଆସିପାରିନି । ଏହାର ପ୍ରଭାବ ଏବେ ବଜାରରେ ପଡ଼ିଛି । ଭୁବନେଶ୍ୱର ଓ କଟକରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି । ଶୁକ୍ରବାର ରାଜଧାନୀର ୧ ନମ୍ବର ହାଟ ଏବଂ ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିଲା । ଗୋଟିଏପଟେ ଗୋଦାମରେ ଥିବା ଆଳୁ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ ସଂପୂର୍ଣ୍ଣ ବନ୍ଦ ରହିଛି । ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିକୁ ଯେଉଁଠି ଦିନକୁ ୩ଶହ ଆଳୁ ଟ୍ରକ ଆସେ ସେଠି ଗତକାଲି ୟୁପିରୁ ମାତ୍ର ୪ଟି ଟ୍ରକ ଆସିଛି । ପୁଣି ପଶ୍ଚିମବଙ୍ଗ ତୁଳନାରେ ଆଳୁର ପାଇକାରୀ ଦର କିଲୋ ପିଛା ୭ଟଙ୍କା ଅଧିକ ଦେବାକୁ ପଡୁଛି । ଏହାକୁ ନେଇ ବ୍ୟବସାୟୀ ଚିନ୍ତାରେ ଥିବା ବେଳେ ଚଢ଼ା ଦର ପାଇଁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ