ରାଜସୁନାଖଳା ସ୍ଵାସ୍ଥ୍ୟକେନ୍ଦ୍ର ରୁ ପିଲା ଚୋରି ଅଭିଯୋଗ ।

ଭୀମସାର ପରେ ନୟାଗଡ଼ରେ ମେଡିକାଲରୁ ଶିଶୁପୁତ୍ର ଚୋରି । ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରକୁ ପାଉନାହାନ୍ତି ପରିବାର ଲୋକ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ ! ନବଜାତ ଶିଶୁ ପୁତ୍ରକୁ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ମେଡିକାଲରେ ତନାଘନା ।ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ । ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା l

ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ।ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ନେଇ ମେଡିକାଲରେ ତନାଘନା ଚାଲିଛି ।। ଅଭିଯୋଗ ପରେ ମେଡିକାଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।ଅନ୍ୟପଟେ ଏନେଇ ପରିବାର ଲୋକେ ହୋହଲ୍ଲା କରିବାକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

ଅଧିକ ପଢନ୍ତୁ

Odisha Darpan Digital