ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା ।ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି ହୋଇଛି । ପୂର୍ବରୁ ଏହା ୮ ଟଙ୍କା ୮୨ ପଇସା ଥିଲା । । ତେବେ ନୂଅ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନରେ ୧ଟଙ୍କା ବୃଦ୍ଧି ହୋଇଥିଲା । ପୁଣି ଥରେ ଖର୍ଚ୍ଚକୁ ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି ସରକାର ।