ଆହୁରି ଶକ୍ତିଶାଳୀ ଓ ଧନୀ ହୋଇଯିବ ଚୀନ। ପାଖ ମାଡ଼ି ପାରିବନି ଭାରତ। କାରଣ ଚୀନରେ ମିଳିଛି ସୁନା ଖଣି। ସେଣ୍ଟ୍ରାଲ ଚୀନରେ ଯେଉଁ ସୁନା ଭଣ୍ଡାର ମିଳିଛି ସେଥିରେ ପାଖାପାଖି ୧୦୦୦ ମେଟ୍ରିକ ଟନ୍ର ଉଚ୍ଚମାନର ସୁନା ପଥର ଗଚ୍ଛିତ ହୋଇ ରହିଥିବା ଅନୁମାନ କରାଯାଉଛି। ହୁନାନ୍ ରାଜ୍ୟର ଉତ୍ତର-ପୂର୍ବବର୍ତ୍ତୀ ପିଙ୍ଗ୍ଜିଆଙ୍ଗ୍ କାଉଣ୍ଟିର ୨ ହଜାର ମିଟରରୁ ଅଧିକ ଗଭୀରତାରେ ‘ହୁନାନ ଏକେଡେମୀ ଅଫ୍ ଜିଓଲେଜି’ର ଭୂବିଜ୍ଞାନୀମାନେ ୪୦ରୁ ଅଧିକ ସୁନା ଶିରାକୁ ଚିହ୍ନଟ କରିଛନ୍ତି। କେବଳ ଏଥିରେ ୩୦୦.୨ ମେଟ୍ରିକ୍ ଟନ୍ ସୁନା ରହିଥିବା ନେଇ ଭୂବିଜ୍ଞାନୀମାନେ ଅନୁମାନ କରିଛନ୍ତି।
ଏହି ସୁନା ଖଣିରେ ୩ ହଜାର ମିଟରରୁ ଅଧିକ ଗଭୀରତାରେ ୧ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ସୁନା ରହିଥିବା ଜଣାପଡ଼ିଛି। ଭୂବୈଜ୍ଞାନିକଙ୍କ ଟିମ୍ର ଜଣେ ସଦସ୍ୟ ଚିନେ ରୁଲିନ କହିଛନ୍ତି ଯେ ପଥରରେ ହୋଇଥିବା ଗର୍ତ୍ତ ଭିତରେ ସୁନାର ଉପସ୍ଥିତି ଦେଖିବାକୁ ମିଳିଛି। ସୁନା ପଥର ପ୍ରତ୍ୟେକ ମେଟ୍ରିକ ଟନ୍ରେ ୧୩୮ ଗ୍ରାମର ସୁନା ଗଚ୍ଛିତ ରହିଥାଇପାରେ। ଖଣିରୁ ମିଳିଥିବା ପଥରେ ୮ ଗ୍ରାମରୁ ଅଧିକ ସୁନା ମିଳିଲେ ଏହାକୁ ସାଧାରଣତ ଉନ୍ନତମାନର ବୋଲି କୁହାଯାଏ। ହେଲେ ଚୀନରେ ଏହି ସଂଖ୍ଯା ଠାରୁ ବହୁ ଅଧିକ ସୁନା ମିଳିବ ବୋଲି ସେଠାକେର ମିଡିଆରେ ଖବର ପ୍ରକାଶ ପାଇଛି।