ଡିସେମ୍ବର ୪ରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ । କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ । ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ । ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ । ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ । ଭାରତୀୟ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ୮୫ ପ୍ଲାଟୁନ ପୋଲିସ ଫୋର୍ସ । ୪୫ ପ୍ଲାଟୁନ ସିଏପିଏଫ ଅଫିସର ଏବଂ ଫୋର୍ସ ସହ ୧୪ ଜଣ ଏସ୍ପି ରାଙ୍କ ଅଫିସର ମୁତୟନ ହେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ଟ୍ରାଫିକ, ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦେଇଛି ପୋଲିସ ପ୍ରଶାସନ । ୪ ତାରିଖରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କ ସହଯୋଗ ଲୋଡିଲା ପୋଲିସ ପ୍ରଶାସନ । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍ ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ନ ଯିବାକୁ ଅପିଲ୍ କରିଛନ୍ତି ପୁରୀ ଜିଲ୍ଲାପାଳ । ୪ତାରିଖ ଦିନ ହାଇ ସିକ୍ୟୁରିଟି କବଳରେ ରହିବ ପୁରୀ ସହର ।