ରାଜସୁନାଖଳା ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍ ।

ଜଣେ ମହିଳାଙ୍କର ପ୍ରସବ ହେବାର କିଛି ସମୟର ଘଟଣା । ମେଡିକାଲରେ ଭୋ ଭୋ ହୋଇ କାନ୍ଦୁଥାଏ ମା’ ଜଣକ । କହୁଥାଆନ୍ତି ମୋ ପୁଅକୁ କିଏ ଚୋରି କରି ନେଇଯାଇଛି । ମୋ ପୁଅକୁ ମୋତେ ଆଣି ଦିଅ । ଆଉ ମୋବାଇଲରେ ଉଠାଇଥିବା ଜନ୍ମକଲା ଶିଶୁପୁତ୍ରର ଫଟୋଟିକୁ ଦେଖାଉଥାଆନ୍ତି। ଏହି ଘଟଣାକୁ ପୁରା ମେଡିକାଲରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ଆଉ ଏହି ଘଟଣାକୁ ନେଇ ତନାଘନା ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏତେସବୁ ପରେ ଯେଉଁ ସତ ସାମ୍ନାକୁ ଆସିଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ରହିବେ। ମହିଳା ଜଣଙ୍କ ଗର୍ଭବତୀ ହୋଇନଥିବା ନେଇ ଆସିଲା ରିପୋର୍ଟ। ପୋଲିସର ସୂଚନା ଅନୁଯାୟୀ, ବିବାହର ଦୁଇ ବର୍ଷ ବିତିଯାଇଥିଲେବି ସନ୍ତାନ ନହେବା କାରଣରୁ ଏଭଳି ନାଟକ ରଚିଥିଲେ ଦମ୍ପତି। ତେବେ ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ମେଡିକାଲ କତୃପକ୍ଷ କହିଛନ୍ତି। ମେଡିକାଲ କତୃପକ୍ଷ ଏନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ ବୋଲି SDPO କହିଛନ୍ତି ।

ଅଧିକ ପଢନ୍ତୁ