ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢୀ

ଆଜି ବିଧାନସଭାରେ ଉଠିଛି ସମ୍ବଲପୁରୀ ଶାଢୀ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଛନ୍ତି ଅତାବିରା ବିଧାୟକ ନିଂହାର ରଂଜନ ମହାନନ୍ଦ । ସେ କହିଛନ୍ତି, ସମ୍ବଲପୁରୀ ଶାଢୀ ବଜାରରେ କପି ରାଇଟ ଉଲ୍ଲଘଂନ ହୋଇ ବ୍ୟାପକ ଭାବେ ନକଲି ଶାଢୀ ବଜାରରେ ପ୍ରବେଶ ହେଉଛି ।

ତେବେ ଏସବୁର ପଦକ୍ଷେପ ସରକାର କଣ ନେଉଛନ୍ତି ?ଏହାର ତ୍ତତ୍ତର ରଖି ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଏହାର ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିଛି |ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରାଯାଇଛି । ଏଥିସହ ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ ,ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି , ଅଚଳାବସ୍ଥା ରେ ଥିବା ସୂତାକଳ ଗୁଡିକରେ ଘରୋଇ କରଣ ପାଇଁ ପ୍ରକ୍ରିୟା ଜାରି ରହିଛି ।

ଅଧିକ ପଢନ୍ତୁ

kc ads