ଏଯାବତ୍‌ ୧୮୭୩୫ ହିତାଧିକାରୀ ଯୋଜନାରେ ସାମିଲ୍‌ ହେବାକୁ ନିଜ ଆଡୁ ମନା କରିଦେଇଛନ୍ତି  ।

ଡିସେମ୍ବର ୨୫  ରେ ସୁଭଦ୍ରା ଯୋଜନା ଟଙ୍କା ଦେବେ ସରକାର । ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି  । ଆସନ୍ତା ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ  ।  ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ  । ଅପରପକ୍ଷରେ  ଏଯାବତ୍‌ ୧୮୭୩୫ ହିତାଧିକାରୀ ଯୋଜନାରେ ସାମିଲ୍‌ ହେବାକୁ ନିଜ ଆଡୁ ମନା କରିଦେଇଛନ୍ତି  ।

 ଅଦ୍ୟାବଧି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଆବେଦନକାରୀ ଏବଂ  ଅଣ-ଏନଏଫଏସଏ ଆବେଦନକାରୀଙ୍କୁ ମିଶାଇ ମୋଟ ୮,୪୩,୮୩୯ ସଂଖ୍ୟକ ଆବେଦନକାରୀଙ୍କୁ ସୁଭଦ୍ରା  ଅର୍ଥ  ସେମାନଙ୍କର ଆକାଉଣ୍ଟକୁ ଯିବାପାଇଁ ଏପର୍ଯ୍ୟନ୍ତ ସେମାନଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି  ।  ଯେଉଁମାନେ ଓଟିପି ଆଧାରିତ ଆବେଦନ ଦାଖଲ କରିଛନ୍ତି,  ସେମାନଙ୍କ ପାଇଁ ମଧ୍ୟ ବାୟୋମେଟ୍ରିକ୍‌ ଇ-କେୱାଇସି କରିବାକୁ ପଡ଼ିବ  ।  ଡିସେମ୍ବର ୧ ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି  ।

ଅଧିକ ପଢନ୍ତୁ