ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ

ମାଣବସା ଗୁରୁବାରରେ ବୋହୂର ମୃତଦେହ ଉଦ୍ଧାର। ପାରିବାରିକ କଳହରୁ ହତ୍ୟା ଅଭିଯୋଗ। ଝିଅକୁ ହତ୍ୟା କରାଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିବାହ ପରଠାରୁ ସ୍ବାମୀ ଶ୍ୱଶୁର ତାଙ୍କ ଝିଅକୁ ଶାରୀରିକ ଓ ମାନସିକ ଭାବେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଗ୍ରାମରେ ବାରମ୍ବାର ଏଥିପାଇଁ ବୈଠକ ବସି ସମାଧାନ ହୋଇପାରୁ ନ ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ।

ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ସସ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି l ହସ୍ପିଟାଲ ପରିସର ମୃତକଙ୍କ ସ୍ୱାମୀଙ୍କୁ ପୋଲିସ ନେଇଯାଉଥିବା ବେଳେ ଗାଡି ଆଗରେ ଶୋଇ ପଡ଼ିଥିଲେ ତାଙ୍କ ମା’ ଓ ମାଉସୀ। ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଉତ୍ତେଜନା କରିସ୍ଥିତି ସୃଷ୍ଟି ହୋଇଥିଲା । ମୃତା ସସ୍ମିତାଙ୍କର ୨ ବର୍ଷର ଜଣେ ଝିଅ ଅଛନ୍ତି।

ଅଧିକ ପଢନ୍ତୁ