ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ।

ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ । ୟୁଟ୍ରେସ ଇନଫେକ୍ସନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଏଫଓ ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜୁ’ରେ ବାଘୁଣୀ ରାଣୀର ଚିକିତ୍ସା ଚାଲିଥିଲା । ଗର୍ଭାଶୟରେ ସଂକ୍ରମଣ ଚିହ୍ନଟ ହେବା ପରେ ରାଣୀର ଚିକିତ୍ସା କରାଯାଉଥିଲା ।

ତେବେ ବୁଧବାର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ ହୋଇଥିଲା। ଗତ ସେପ୍ଟେମ୍ବର ୯ରେ ଉଭୟଙ୍କୁ କମନ୍ ଏନକ୍ଲୋଜରରେ ଅଲଗା ଅଲଗା କରି ରଖାଯାଇଥିଲା। ଡିସେମ୍ବର ତୃତୀୟ ସପ୍ତାହରେ ଗର୍ଭ ପରୀକ୍ଷା ହୋଇଥାନ୍ତା ବୋଲି ସୂଚନା ମିଳିଛି । ମୃତ୍ୟୁ ସମୟରେ ରାଣୀର ବୟସ ୭ ବର୍ଷ ହୋଇଥିଲା ।.

ଅଧିକ ପଢନ୍ତୁ