ଲୋକଲଜ୍ଜାରୁ ନବଜାତ ଶିଶୁ ଚୋରି ହାଇଡ୍ରାମା

ରାଜସୁନାଖଳା ହସ୍ପିଟାଲରୁ ନବଜାତ ଶିଶୁ ଚୋରି ଅଭିଯୋଗ ହାଇଡ୍ରାମା ଘଟଣା ଘଟିଛି । ନବଜାତ ଶିଶୁ ଚୋରିର ମିଛ ଅଭିଯୋଗ କରିଥିବା କହିଲେ ଦମ୍ପତ୍ତି । ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍‌ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ। ସେହି ଅପବାଦରୁ ମୁକୁଳିବା ପାଇଁ ଉଭୟ ପିଲା ଚୋରିର ନାଟକ କରିଥିଲେ। । ମାମଲା ରୁଜୁ ପରେ କାଯ୍ୟାନୁଷ୍ଠାନ ଭୟରେ ସତ ମାନିଛନ୍ତି ଉଭୟ ।

ସୂଚନାମୁତାବକ ପିଲା ଚୋରି ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ମେଡିକାଲ୍‌ରେ ପହଞ୍ଚିଥିଲା। ମେଡ଼ିକାଲ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା। ଯାଞ୍ଚ ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ସୁଧୀସ୍ମିତା ମେଡ଼ିକାଲ୍‌ରେ ପ୍ରସବ କରିନଥିବା ସ୍ପଷ୍ଟ ହୋଇଥିଲା। ଅଭିଯୋଗ ମିଛ ବୋଲି ଜଣାପଡ଼ିବାପରେ ଦମ୍ପତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ। ପୁଲିସ ନଂ. 387/24 BNSର ଧାରା 318(4),3(5)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଅଧିକ ପଢନ୍ତୁ

Odisha Darpan Digital