ମାଣ୍ଡିଆ ରାଣୀଙ୍କୁ ମିଳିଲା ଡକ୍ଟରେଟ ସମ୍ମାନ

ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଲିମା ପଞ୍ଚାୟତ ନୂଆଗୁଡାର ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଗୁରୁବାର ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଇଟି)ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛନ୍ତି।ସମ୍ମାନିତ ହେବା ପରେ ନିଜ ସଂଘର୍ଷର କାହାଣୀ କହିଛନ୍ତି ରାଇମତି । ସ୍କୁଲ ସମୟରେ ନିଜ ଘରେ ପାଠ ପଢିବା ସମୟ ରେ ନିଜ ବାପା , ମା ଙ୍କୁ ମାଣ୍ଡିଆ ଚାଷ ରେ ସାହାଯ୍ୟ କରୁଥିଲେ , ସେ ସମୟରେ ଖାଇବାକୁ ନ ଥିବା ବେଳେ , ପେଜ ପି ଜୀବନ ବଞ୍ଚାଉଥିଲେ ରାଇମତି ପରେ ସେ ମାଣ୍ଡିଆ ଚାଷ କରି ଥିଲେ ଏବଂ ସମସ୍ତେ ତାଙ୍କୁ ମାଣ୍ଡିଆ ରାଣୀ ଭାବେ ଡାକନ୍ତି । ତେବେ ଆଜି ସେ ମଣ୍ଡିକୁରାଣୀ ରୁ ଓଏୟୁଟି ରେ ଡକ୍ଟରେଟ ର ଉପାଧି ପାଇ ବହୁ ଖୁସି ଥିବାର କହିଛନ୍ତି ।

ଅଧିକ ପଢନ୍ତୁ