ଆସନ୍ତାକାଲି ବିଜେପି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ

ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଡିସେମ୍ବର ୧୩ ତାରିଖ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୦ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ଭୋଟଗଣିତ ହେବ। ଅନ୍ୟପଟେ କିଏ ଯିବେ ରାଜ୍ୟ ସଭା ଚର୍ଚ୍ଚା ମଧ୍ୟରେ ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ରେସ୍‌ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟ ସଭା କିଏ ଯିବେ ତାହା ଭାଜପା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ।

ଅଧିକ ପଢନ୍ତୁ

Odisha Darpan Digital