ଶାଶୁ ଘର ଆଗଣାରେ ଜଳିଲା ବୋହୂର ଜୁଇ

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଗାଁରେ ପହଞ୍ଚିଥିଲେ ସସ୍ମିତା। ଏହି ଖବର ପ୍ରଚାରିତ ହେବା ପରେ ଜମିଥିଲା ଗାଁ ଲୋକଙ୍କ ଭିଡ଼। ତେବେ ଏଠି ପ୍ରଶ୍ନ ଉଠୁଛି ମୃତଦେହ ସତ୍କାର କରିବ କିଏ? କେଉଁଠି ମୃତଦେହ ସତ୍କାର ହେବ? ବାପ ଘର ଲୋକେ ଏନେଇ ଜ୍ୱାଇଁ ରାମକୃଷ୍ଣଙ୍କ ଗାଁର ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ଗାଁକୁ ମୃତଦେହ ଆସିଲେ, ଆମେ ସତ୍କାର କରିବୁ ବୋଲି ସରପଞ୍ଚ ପ୍ରସ୍ତାବ ଦେଇଥିଲେ। ହେଲେ ସେମାନେ ଏଥିରେ ରାଜି ହୋଇନଥିଲେ। ରାମକୃଷ୍ଣଙ୍କ ଘର ସାମ୍ନାରେ ସସ୍ମିତାଙ୍କ ଶବ ସତ୍କାର କରିବାକୁ ବାପଘର ଲୋକ କହିଥିଲେ।ଅନ୍ୟପକ୍ଷରେ ରାମକୃଷ୍ଣଙ୍କ ବାପା ଓ ମାଆ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ଗଲା ବେଳେ ରାମକୃଷ୍ଣଙ୍କ ୨ ବର୍ଷର ଝିଅକୁ ନେଇ ଯାଇଛନ୍ତି।

ପୁଲିସ୍‌ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।ସୂଚନାମୁତାବକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ଏହାପରେ ମୃତଦେହକୁ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ମୃତଦେହ ହସ୍ପିଟାଲରେ ପହଞ୍ଚିବା ପରେ ପୋଲିସ ଏବଂ ଝିଅଙ୍କ ବାପ ଘର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପିରିକି ମୃତ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ତେଣୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ।

ଅଧିକ ପଢନ୍ତୁ