BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ସମ୍ପ୍‌ରେ ଫସିଥିବା ଶ୍ରମିକଙ୍କ ମୃତ୍ୟୁ

ଗ୍ୟାସ୍ ପାଇପ୍ ଲିକ୍ ହେଲା । ମରାମତି ପାଇଁ ଯାଇଥିଲେ ଶ୍ରମିକ ଜଣକ । କିନ୍ତୁ ସେ ଜାଣି ନଥିଲେ ସେଠାରେ ସେ ଫସିଯିବେ ବୋଲି । ସେହି କର୍ତ୍ତବ୍ୟ ପଥରେ ହିଁ ଚାଲିଗଲା ଶ୍ରମିକଙ୍କ ଜୀବନ । ସୂଚନାଯୋଗ୍ୟ ଯେ, କଟକ-ପାରାଦୀପ ତାଳଦଣ୍ଡା ନିକଟରେ BPCL ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି କାମ ଚାଲିଥିଲା ।ତେବେ ଏହି ଗ୍ୟାସ୍ ପାଇପ ଲାଇନ ରେ ଲିକ୍ ଯୋଗୁ ଦୁଇଜଣ ଶ୍ରମିକଙ୍କୁ ପାରାଦୀପରୁ ନେଇଥିଲେ ଠିକାଦାର । ସେଠାରେ ସମ୍ପର ସ୍ଲାପ ଉଠାଇବା ପରେ ଜଣେ ଶ୍ରମିକ ତଳକୁ ଯାଇଥିଲେ ଏବଂ ଅନ୍ୟ ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ । ମାତ୍ର ତାଙ୍କୁ କୈାଣସି ସେଫ୍ଟି ସରଞ୍ଜାମ ଦେଇନଥିଲେ ଠିକାଦାର କି ଉକ୍ତ ଶ୍ରମିକ ମାନେ ତାଲିମ ପ୍ରାପ୍ତ ମଧ୍ୟ ନୁହଁନ୍ତି ।

ଶ୍ରମିକ ଜଣଙ୍କ ତଳକୁ ପଶିବା ମାତ୍ରେ ଉତ୍କଟ ଗ୍ୟାସ ପ୍ରଭାବରେ ଟଳି ପଡ଼ିଥିଲେ । ଫସିଥିବା ଶ୍ରମିକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ