ପାଟଣାଗଡ,୬।୧୨ ପାଟଣାଗଡ ଏନ୍ଏସି ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନଠାରେ ବିଜ୍ଞାପିତଅଞ୍ଚଳ ପରିଷଦ ଓ ବ୍ଳକ ପ୍ରଶାସନର ମିଲିତ ଆନୁକୁଲ୍ୟରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ମାନସୀ ବିଶ୍ଵାଲ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାଵେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ସୂଜୟ କୁମାର ମେହେର, ସଂଯୋୟକ ସକ୍ଷମ ଦିବାକାର ପାତ୍ର,ଏନ୍ଏସି କୋଡିନେଟର ସୁରଣିକା ପଣ୍ଡା ଯୋଗଦେଇଥିବାବେଲେ ପାଟଣାଗଡ ବିଡିଓ ସୁମନ ମିଞ୍ଜ ଉପସ୍ଥିତ ଥିଲେ । ଏହି ଶିବିରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାଟଣାଗଡ ବ୍ଲକର ସମୁଦାୟ ୬୩୮ ଜଣ ପଞ୍ଜୀକୃତ କରିଥିଲେ । ସେଥିମଧ୍ୟରୁ ଚଳନଶକ୍ତି ବଧିତ ୩୧୦,ଶ୍ରବଣ ବଧିତ ୧୧୨, ଦୃଷ୍ଟି ବାଧିତ ୯୨ ମାନସିକ ୬୮ ଓ ଉପକରଣ ୫୬ ଜଣ ଦିବ୍ୟାଙ୍ଗ ମହିଳା ଓ ପୁରୁଷ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମନୋଜ କୁମାର ବାଗ ପରିଚାଳନା କରିଥିବାବେଳେ ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସ୍ଵାଗତ ଭାଷଣ ଦେଇଥିଲେ । ପରିଶେଷରେ ପାଟଣାଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଲକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।