ଭୁବନେଶ୍ବରରେ ବଢୁଛି ବସ୍ତି ସଂଖ୍ୟା

ବସ୍ତି ଲୋକଙ୍କ ସଂଖ୍ୟା ବଢ଼ୁଛି । ପାଞ୍ଚ ମହାନଗର ନିଗମରେ ରହୁଛନ୍ତି ୧ ଲକ୍ଷ ୯୫ ହଜାର ୯୫ ବସ୍ତି ପରିବାର । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦ ହଜାର ୫୨୦ ପରିବାର । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ ୧୫ ହଜାର ୫୬୪ ପରିବାର । କଟକ ମହାନଗର ନିଗମ ଅଧୀନ ବସ୍ତିରେ ୨୩ ହଜାର ୨୯୬ ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ ୩୮ ହଜାର ୯୭୦ ପରିବାର। ସେହିପରି ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି ୩୬ ହଜାର ୭୪୫ ପରିବାର । ୫ଟି ମହାନଗର ନିଗମ ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମରେ ସବୁଠାରୁ ଅଧିକ ପରିବାର ବସ୍ତିରେ ରହୁଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଅଧିକ ପଢନ୍ତୁ