ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ

ଆସନ୍ତା ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ମଙ୍ଗଳବାର ବସିଥିବା ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ। ଏଥିପାଇଁ ଦ୍ବାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ ବୋଲି କୁହାଯାଇଛି।ଦିନକୁ ଚାରିରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ କାମ ଚାଲିବ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମରାମତି କାର୍ଯ୍ୟ । ଭିଡ଼କୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ । ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ବିଶେଷ ନୀତି କାନ୍ତି ଥିବା ଦିନ ରତ୍ନଭଣ୍ଡାର କାର୍ଯ୍ୟ ବନ୍ଦ ରହିବ ।ଗତ ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା । ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ପୂର୍ବରୁ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି କୁହାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital