ଅଳଙ୍କାର ଦୋକାନରେ ନକଲି ସୁନା ଥିବା ନେଇ ଖବର ରହିଛି । ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ୫ ଅଳଙ୍କାର ଦୋକାନରେ ନକଲି ସୁନା ବିକ୍ରି ହୋଉଥିବା ନେଇ ଅଭିଯୋଗ । ତେବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି ଜୁଏଲର୍ସ, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲର୍ସ ନକଲି ସୁନା ବିକ୍ରି କରୁଥିବା କାରଣରୁ ତାଙ୍କର ଲାଇସେନ୍ସ ବାତିଲ କରାଯାଇଛି।
