ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି। ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ସତ୍ୟନାରାୟଣ ବେହେରାଙ୍କୁ ପୁଲିସ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ କରିଛି। ବେହେରା ପେସାରେ ହେଉଛନ୍ତି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(PEO)। ସେ ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଭିତରେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ପରିବାର ଲୋକେ ଦେବେନଙ୍କ ପ୍ରେମକୁ ସ୍ୱୀକୃତି ଦେଲେନାହିଁ। ପରିବାର ଲୋକଙ୍କ ଅଜଣାତରେ ନିୟମିତ ବ୍ୟବଧାନରେ ପ୍ରେମିକାଙ୍କୁ ଫୋନ୍ କରୁଥିଲେ ଓ ଭେଟାଭେଟି ହେଉଥିଲେ ଦେବେନ।୨୦୨୩ ମସିହା ଫେବ୍ରୁଆରୀ ମାସରେ ଦେବେନଙ୍କର ବିବାହ ସୌମ୍ୟାମୟୀ ବେହେରାଙ୍କ ସହିତ ହୋଇଥିଲା । ଏ ସମ୍ପର୍କରେ ଦେବେନଙ୍କ ପ୍ରେମିକା ଜାଣିପାରିଥିଲେ। ସେ ସୌମ୍ୟାମୟୀଙ୍କୁ ଭେଟି ବିବାହ ନକରିବା ପାଇଁ କହିଥିଲେ। ସୌମ୍ୟାମୟୀ ଏନେଇ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକ ତାଙ୍କ କଥାକୁ ବେଶୀ ଗୁରୁତ୍ୱ ଦେଇନଥିବା ଚର୍ଚ୍ଚା ହେଉଛି।
ବାହାଘରର କିଛି ଦିନ ପରେ ସୌମ୍ୟାମୟୀ ଗର୍ଭବତୀ ହୋଇଥିଲେ। ଭାବିଥିଲେ ସବୁ ଦୁଃଖ ଦୂର ହୋଇଗଲା। ହେଲେ ଯାହାଙ୍କୁ ସେ ସ୍ୱାମୀ ରୂପେ ଗ୍ରହଣ କରିଥିଲେ ସିଏ ତାଙ୍କ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ପତ୍ନୀଙ୍କ ଅନୁପସ୍ଥିତିରେ ପ୍ରେମିକାଙ୍କ ସହିତ ଫୋନ୍ କଥା ହଉଥିଲେ ଏବଂ ଚାଟିଂ କରୁଥିଲେ। ଆଉ ଯେତେବେଳେ ସୌମ୍ୟାମୟୀ ଜାଣିପାରିଲେ, ସେତେବେଳେ ବାରଣ କରିନଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥିଲା। ଯାହାକୁ ନେଇ ଦେବେନଙ୍କ ମୁଣ୍ଡ କାମ କରୁନଥିଲା। ତେଣୁ ସୌମ୍ୟାମୟୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସୌମ୍ୟାମୟୀଙ୍କୁ ହତ୍ୟା କରିବା ପାଇଁ ପିସ୍ତଲ ଓ ଗୁଳି କିଣିଥିଲେ। ତେବେ ରାତିରେ ସୌମ୍ୟାମୟୀଙ୍କୁ ଫିଲ୍ମ ଦେଖାଇ ଫିଲ୍ମ ଷ୍ଟାଇଲରେ ଗୁଳି କରି କରିଥିଲେ ହତ୍ୟା।ରେ ସ୍ବାମୀ ଦେବେନ ବେହେରା ଓ ତାଙ୍କ ଭିଣୋଇ ସତ୍ୟନାରାୟଣଙ୍କୁ ପୁଲିସ ଗିରଫ କରିଛି।