ଥମୁନି ପୋଲାଭରମ ପ୍ରସଙ୍ଗ ।ନବୀନଙ୍କୁ ରିପୋର୍ଟ ଦେଲେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଥମୁନି ପୋଲାଭରମ ପ୍ରସଙ୍ଗ । ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ମାଲକାନଗିରି ମୋଟୁରୁ ରାଜଧାନୀ ଏବଂ ରାଜଧାନୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ ବିଜେଡି। ଜାନୁଆରୀରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ । ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୋଲାଭରମ ନେଇ ଦିଲ୍ଲୀ ଗସ୍ତର ରିପୋର୍ଟ ପ୍ରଦାନ କରିଛି । ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲା । ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇ ବିଜେଡିର ୭ ଜଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, ଉଡଉ, ଆଦିବାସୀ ବ୍ୟାପାର ବିଭାଗର ଆଦିବାସୀ କମିସନଙ୍କୁ ଭେଟିଥିଲା । ଆଜି ସେ ସମ୍ପର୍କରେ ନବୀନଙ୍କୁ ରିପୋର୍ଟ ଦେଇ ଅବଗତ କରିଛି ଟିମ ।

ଅଧିକ ପଢନ୍ତୁ