ଏନଆରଟିଏସ ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା ଏହି ପରୀକ୍ଷା। ବୋର୍ଡର ୱେବସାଇଟ www.bseodisha.ac.in ରେରେଜଲ୍ଟ ଉପଲବ୍ଧ। ନଭେମ୍ବର ୫ ରେ ୩୩୪ ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ଏହି ପରୀକ୍ଷା। ରାଜ୍ୟର ୫୧୯୨୪ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଏହି ପରୀକ୍ଷା। ତେବେ ଅକ୍ଟୋବର ୨୩ରେ ଏନଆରଟିଏସ୍ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ସେହି ଅବସରରେ ଅକ୍ଟୋବର ୨୩ରେ ହେବାକୁ ଥିବା ଏନଆରଟିଏସ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ୫ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା