ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆ(୮୨)ଙ୍କ ପରଲୋକ ଘଟିଛି। କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ମଙ୍ଗଳବାର ସକାଳ ୮ଟାରେ ତାଙ୍କର ଦେହାନ୍ତ ଘଟିଛି। ‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ । ଏହା ସହ ସେ କେତେ ଗୁଡିଏ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital