ଭୁବନେଶ୍ବର ଭରତପୁର ଥାନା ମାମଲାରେ ଗତକାଲି ହୋଇଥିଲା ଶୁଣାଣି । ଆସନ୍ତା ୨୨ ତାରିଖରୁ ହେବ ସାକ୍ଷ୍ୟ ପ୍ରମାଣ ଗ୍ରହଣ । ସାକ୍ଷୀ ମାନଙ୍କର ବୟାନ ରେକର୍ଡ ମଧ୍ୟ ହେବ । କମିସନରଙ୍କ ସାମ୍ନାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ । ତେବେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି। ଥାନାରେ ସେଦିନ ରାତିରେ କଣ ଘଟିଥିଲା ସମସ୍ତ ଦୃଶ୍ୟ ଉକ୍ତ ଭିଡ଼ିଓରେ ରହିଛି। ଏହି ଭିଡ଼ିଓକୁ ଯାଞ୍ଚ କରି ଷ୍ଟେଟ ଫରେନସିକ ଲ୍ୟାବ୍ ସଠିକ ବୋଲି ଦର୍ଶାଇଛି। ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି।