ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଦ୍ବିତୀୟ ଦିନ। ଗୁରୁବାର ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବ। ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ ଶେଷ ହେବା ପରେ ନଷ୍ଟ ହୋଇଯାଇଥିବା ଲୁହା ବିମ୍ ଓ ପଥର ବଦଳାଯିବ। ବଦଳରେ ନୂଆ ଲୁହା ବିମ୍ ଓ ପଥର ଲଗାଯିବ। ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଶେଷ ପରେ ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେଲେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ୧୭ ତାରିଖରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲି ଶ୍ରୀମନ୍ଦିରରେ ଦିବା ପହୁଡ ନୀତି ପାଇଁ ବନ୍ଦ ରହିଥିଲା ମରାମତି କାମ । ଆଜିଠୁ ପୁଣି ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବ।

ଅଧିକ ପଢନ୍ତୁ