ଶିଡ଼ିରୁ ପଡ଼ି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରତାପ ଷଢଙ୍ଗୀ ଆହତ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଫୋପାଡିଦେଇଥିବା ଅଭିଯୋଗ କଲେ ସାଂସଦ । ସାଂସଦଙ୍କ କହିବା କଥା ମୁଁ ପାହାଚ ଉପରେ ଛିଡା ହୋଇଥିଲି । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି।ଗୁରୁବାର ସଂସଦ ଭିତରେ ପ୍ରତାପ ଶିଡ଼ିରେ ଯାଉଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଥିଲା। ପ୍ରତାପଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢନ୍ତୁ

Odisha Darpan Digital