ଉପଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଚାଷୀ।

ଉପଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଚାଷୀ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ଗାଡ଼ି ଆଗରେ ରାଜକନିକା ଅଞ୍ଚଳର ଜଣେ ଚାଷୀ ଶୋଇପଡ଼ିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଚାଷୀମାନଙ୍କର ଅଭିଯେୋଗ ମୁତାବକ, କଲଭଟ ନିର୍ମାଣ ପାଇଁ ଆର୍.ଡି. ବିଭାଗ ନାଳ ଉପରେ ବନ୍ଧ ବାନ୍ଧିବାରୁ ସେମାନଙ୍କ ଚାଷ ଜମିକୁ ପାଣି ଯାଉନି । ଯାହାଫଳରେ ପାଣି ଅଭାବରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଆର୍.ଡି. ବିଭାଗକୁ ଗୁହାରି କଲେ ସୁଦ୍ଧା କେହି ଶୁଣୁନାହାନ୍ତି । ଶେଷରେ ଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ ଶୋଇ ଏମିତି ପ୍ରତିବାଦ କରିଛନ୍ତି ଜଣେ ଚାଷୀ ।ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ମଧ୍ୟ ଚାଷୀ ପ୍ରତିବାଦ ଜଣାଇଥିଲେ।

ଅଧିକ ପଢନ୍ତୁ