ଟିକେଟ୍‌ ଯାଞ୍ଚ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ଟିଟିଇ

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ରୁ ଟିଟିଇଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି। ମୃତ ଟିଟିଇ ଜଣଙ୍କ ହେଲେ ଛତିଶଗଡ ଭାଟାପଡ଼ାର ରାଜେନ୍ଦ୍ର କୁମାର ନିର୍ମଳ କର। ସୂଚନାମୁତାବକ ପ୍ରତ୍ୟେକ ଦିନ ଭଳି ସେ ଆଜି ମଧ୍ୟ ରାୟପୁରରୁ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରୀଙ୍କ ଟିକେଟ୍‌ ଚେକ୍‌ କରିବା ପାଇଁ ଚଢ଼ିଥିଲେ। ହେଲେ ଖରିଆର ରୋଡ୍‌ରେ ସେ ଅସୁସ୍ଥ ଅନୁଭବ କରିବାରୁ ଟ୍ରେନ୍‌ରେ ହଠାତ୍‌ ପଡ଼ିଯାଇଥିଲେ। ଟିଟିଲାଗଡ଼ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ରେ ଟିଟିଇଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ତାଙ୍କ ସହ କର୍ମଚାରୀ ଟିଟିଲାଗଡ଼ ଜିଆରପିକୁ ଖବର ଦେଇଥିଲେ। ଟିଟିଲାଗଡ଼ରେ ଜିଆରପି ତାଙ୍କ ମୃତଦେହ ଜବତ କରିଛି।

ଅଧିକ ପଢନ୍ତୁ

kc ads