ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ୨ ଟେକ୍ସଟାଇଲ ଇନ୍ସପେକ୍ଟର

ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲାର ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ।ସୂଚନା ଅନୁସାରେ, ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ କରିବା ନିମନ୍ତେ ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ । ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେବାର ଅଳ୍ପ ସମୟ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କୁ ମାଡ଼ିବସିଥିଲେ ।ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଇନ୍ସପେକ୍ଟରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି।

ଅଧିକ ପଢନ୍ତୁ