ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା।

ଆଜି ଭୁବନେଶ୍ବର ପାଇଁ ବିଶ୍ବର ସବୁଠାରୁ ଛୋଟ ଦିନ । ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ । ସେହିପରି ରାତି ସମୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ବୋଲି ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସାଧାରଣତଃ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ଭୁବନେଶ୍ୱରରେ ଦିନର ଅବଧି ପ୍ରାୟ ୧୦ ଘଣ୍ଟା ୫୫ ମିନିଟ୍‌ ଓ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍‌ ହୋଇଥାଏ। ସେହିପରି ସୁନ୍ଦରଗଡ଼ ଓ ମାଲକାନଗିରିଠାରେ ଦିନର ଅବଧି ଯଥାକ୍ରମେ ୧୦ଘଣ୍ଟା ୪୭ ମିନିଟ୍‌ ଓ ୧୧ଘଣ୍ଟା ୧ମିନିଟ୍‌ ହେବ। ସମାନ ଭାବେ ଦିଲ୍ଲୀ ଓ କନ୍ୟାକୁମାରୀଠାରେ ଦିନର ଅବଧି ମାତ୍ର ୧୦ ଘଣ୍ଟା ୧୯ ମିନିଟ୍‌ ଓ ୧୧ଘଣ୍ଟା ୩୯ ମିନିଟ୍‌ ରହିବ |

ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତରୁତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏବଂ ଏହି ଦିନଟି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତ ଦିନର ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ । ଏହା ପରଠରୁ ଧୀରେ ଧୀରେ ଦିନର ସମୟ ଲମ୍ବା ହୁଏ । ସେହିପରି ମାର୍ଚ୍ଚ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର ସମୟ ଅବଧି ସମାନ ହୁଏ ।

ଅଧିକ ପଢନ୍ତୁ