ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ମୋଦି ୯ରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ ତାରିଖ ଉଦ୍ଯାପନୀ ଉତ୍ସବରେ ରାଷ୍ଟ୍ରପତି ସାମିଲ ହେବେ।ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ ।
ପ୍ରବାସୀ ଭାରତୀୟ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି । ୧୪୦ ଦେଶରୁ ୫ ହଜାରରୁ ୭ ହଜାର ପ୍ରବାସୀ ଭାରତୀୟ ଏଥିରେ ଯୋଗଦେବେ। ଅତିଥି ମାନଙ୍କ ପାଇଁ ଭୁବନେଶ୍ଵର ଆଖପାଖରେ ଥିବା ସମସ୍ତ ହୋଟେଲ ସମେତ ବିଭିନ୍ନ ବିଭାଗର ଆଇବି, ଅତିଥି ଭବନ ବୁକ ହେବ । ଏହା ସହ ସୁବିଧାଜନକ ଗମନାଗମନ ପାଇଁ CRUT ୫ଟି ଡବଲ ଡେକର ବସ ସହ ୫୦ଟି ନୂଆ ବସ ଯୋଗାଇବ ବୋଲି ସୂଚନା ମିଳି ଛି। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।