ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ।ଏକା ସାଙ୍ଗରେ ଜଳିଛି ଦୁଇ ଜଣଙ୍କ ଜୁଇ ।

ଆଜି ବଡ଼ ଦିନ, ସବୁ ଠି ଖୁସିର ମହୋଲ । କିନ୍ତୁ ଲୁହ ଆଉ କାନ୍ଦ, ରାମ ନାମ ସତ୍ୟ ହେ ଶଦ୍ଦରେ ଫାଟିପଡୁଛି ଅଚଂଳ । ଏକା ସାଙ୍ଗରେ ଜଳିଛି ଦୁଇ ଜଣଙ୍କ ଜୁଇ । ଗୋଟିଏରେ ସ୍ୱାମୀ ଓ ଅନ୍ୟଟିରେ ଜଳିଛନ୍ତି ସ୍ତ୍ରୀ ।କଟକ ଜିଲା ମାହାଙ୍ଗା ବ୍ଲକ ଅଢଙ୍ଗ ମହେଶ୍ୱର ଗ୍ରାମରେ ଘଟିଛି ଏହିଭଳି ଏକ ଘଟଣା । ବ୍ଲକ ଅଞ୍ଚଳର ବରିଷ୍ଠ ସାହିତି୍ୟକ, ଲେଖକ, ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳଙ୍କ କିଛିଦିନ ତଳେ ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା। ଚିକିତ୍ସାଲାଗି ତାଙ୍କୁ କଟକର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।

ପରେ ତାଙ୍କ ମରଶରୀରକୁ ଘରକୁ ଅଣାଯାଇ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ଜୁଇ ପ୍ରାୟ ଅଧା ଜଳିଥିବାବେଳେ ସ୍ତ୍ରୀ ଝରଣାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ସହିପାରିନଥିଲେ ସ୍ତ୍ରୀ । ହୃଦ୍‌ଘାତରେ ଚାଲିଯାଇଥିଲେ ଝରଣା । ଅଡମ ଗ୍ରାମ୍ୟ ସ୍ମଶାନରେ ଜଳିଥିଲା ଉଭୟଙ୍କ ପାର୍ଥିବ ଶରୀର । ଗୋଟିଏ ଯୁଇରେ ଉଭୟଙ୍କ ଦାହ ସତ୍କାର କରିଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ l ବାହାବେଦୀରୁ ଜୁଇକୁ ଯାତ୍ରା । ସ୍ୱାମୀ-ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ । ବେଦୀରେ ପଡିଥିଲା ହାତଗଣ୍ଠି, ଜୁଇରେ ଏକାଠି ଜଳିଲା ଚିତା ।

ଅଧିକ ପଢନ୍ତୁ

Odisha Darpan Digital