ସରକାରୀ ଯୋଜନାରୁ ବାଦ୍‌ ପଡ଼ିବେ ଅଣଚାଷୀ।ଜାନୁୟାରୀ ପହିଲାରୁ ଆରମ୍ଭ ହେବ ପଂଜିକରଣ

ଚାଷୀଙ୍କ ଡାଟାବେସ୍ କରିବେ ମୋହନ ସରକାର, ଏସଓପି ଜାରି କଲା କୃଷି ବିଭାଗ। ଜାନୁଆରୀ ପହିଲାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ, ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍ । ଚାଷୀଙ୍କୁ ମିଳିବ ୧୪ ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଆକ୍ସନ ପ୍ଲାନ ଏବଂ ଏସଓପିକୁ ପଠାଇଛି କୃଷି ବିଭାଗ। ପିଏମ କିଷାନ ଓ କୃଷକ ଓଡ଼ିଶା ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ହିତାଧିକାରୀଙ୍କୁ ଏହି ପ୍ରକ୍ରିୟାରେ ଅଗ୍ରାଧିକାର ଦେବେ ରାଜ୍ୟ ସରକାର ।ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ।

ଏଥିପାଇଁ ସବୁ ପଞ୍ଚାୟତରେ ଖୋଲିବ ସ୍ୱତନ୍ତ୍ର ଶିବିର। ଏହି ଶିବିରରେ ୨ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ ଓ ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର, ବ୍ଲକ୍ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ଆଧାର ଲିଙ୍କ ଥିବା ମୋବାଇଲ ଫୋନ୍, ଜମି ପଟ୍ଟା ( ଯାହା ଭୂଲେଖରେ ରେକର୍ଡ ଥିବ) ଅବା ଖର୍ଦ୍ଦି ଦଲିଲ ଦାଖଲ କରି ପଞ୍ଜିକରଣ କରିବେ।

ଅଧିକ ପଢନ୍ତୁ

Odisha Darpan Digital