ଆସନ୍ତା ୩ ତାରିଖରୁ ନେଟ୍‌ ପରୀକ୍ଷା ଆରମ୍ଭ ହେବ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଏହି ପରୀକ୍ଷା ୧୬ ଯାଏ ଚାଲିବ । ୮୫ଟି ବିଷୟରେ କମ୍ପ୍ୟୁଟର୍‌ ବେସଡ୍ ଟେଷ୍ଟ (ସିବିଟି) ମୋଡ୍‌‌ରେ ଏହି ପରୀକ୍ଷା ହେବ। ଦିନକୁ ୨ଟି ଲେଖାଏଁ ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜାନୁଆରୀ ୧୬ ତାରିଖରେ ପରୀକ୍ଷା ଶେଷ ହେବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏନେଇ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www.ugcnet.nta.ac.in ରହିଛି ।

ଅଧିକ ପଢନ୍ତୁ

Odisha Darpan Digital