ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଖ୍ୟାତ, ଅର୍ଥନୀତି ବିଶାରଦ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୁତି ଚାରଣ କରିଥିଲେ। ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୋୖରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ, ବିଶ୍ଵନାଥ ମହାପାତ୍ର, ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, କୃଷକ ନେତା ସନ୍ତୋଷ ପ୍ରଧାନ,ଓଡ଼ଗାଁ ବ୍ଲକଅଧକ୍ଷ ଲୋକନାଥ ସାହୁ ଯୋଗ ଦେଇ ଡ଼. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରି ସ୍ମୁତି ଚାରଣ କରି,ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଅର୍ଥନୀତି କ୍ଷେତ୍ରରେ ସାରା ବିଶ୍ବରେ ସୁପରିଚିତ ଥିଲେ ମନମୋହନ ସିଂ । ଡିସେମ୍ବର ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରର ଡ. ମନମୋହନ ସିଂହଙ୍କର ପରଲୋକ ହୋଇଛି। ହେଲେ ଭାରତୀୟ ଅର୍ଥନୀତିର କୌଟିଲ୍ୟ କୁହାଯାଉଥିବା ଶ୍ରୀ ସିଂଙ୍କର ଅନେକ କଥା ଅନେକ ପଦକ୍ଷେପ ସବୁଦିନ ପାଇଁ ମନେରହିବ।ଏଥି ସହିତ, ଅଧ୍ୟାପକ ଉମରମଲ୍ଲିକ, ଆଇନଜୀଵୀ କିଶୋର ମହାପାତ୍ର, ଇରାନୀ ରାୟ, ଶ୍ରୀକାନ୍ତ ପଟ୍ଟନାୟକ, ଦିଲୀପ ବିଶୋଇ, ଦେବରାଜ ନାୟକ , ପ୍ରଦୀପ ସାହୁ ଉପସ୍ଥିତ ରହିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ ପରିଚାଳନା କରିଥିବା ବେଳେ ସମାଜସେବୀ, ସାମ୍ବାଦିକ,ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗଙ୍ଗାଧର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।