ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କୋଭିଡ଼୍ ପାଇଁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା ।ମାତ୍ର ନୂଆ ସରକାର ଆସିବା ପରେ ସାମ୍ବାଦିକଙ୍କ ନୋ ଏଣ୍ଟ୍ରି ଉପରୁ ହଟିଲା କଟାକଣା। ରାଜ୍ୟ ସରକାର ଗତ ୨୬ରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ନୂତନ ନିୟମ ଅନୁଯାୟୀ, ଉଭୟ ସ୍ୱିକୃତୀ ଓ ଅଣ ସ୍ୱିକୃତୀପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଛି ପ୍ରବେଶ ଅନୁମତି । ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ ହୋଇ ନ ଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ହେବ ବୋଲି ଜଣାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଦେବେ, ସଂସ୍ଥାର ପରିଚୟପତ୍ର ଦେବେ । ଏହାପରେ ଜଣେ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫରଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି ।