ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା । ଏହା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ଭରି ରହିଥିବା ପ୍ରାଚ୍ୟୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ ହଜାରରୁ ୮ ହାଜର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।