ନୂଆ ବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ବର୍ଷର ପ୍ରଥମ କ୍ୟାବିନେଟରେ ମିଳିଲା ଖୁସି ଖବର । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହା ସହିତ ଚାଷୀଙ୍କୁ ଡିଏପିସ୍ ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ନାହିଁ ଏବଂ ସେମାନେ ସାର ଉପରେ ଅଧିକ ସବସିଡି ପାଇପାରିବେ। ଡିଏପି ଉତ୍ପାଦନ କରୁଥିବା କମ୍ପାନୀଗୁଡିକୁ ଦିଆଯାଇଥିବା ସବସିଡି ବ୍ୟତୀତ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ।
ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ହଜାର ୮୫୦କୋଟି ଟଙ୍କାର ସବସିଡ଼ିକୁ ମଂଜୁରୀ । ୫୦କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧୩୫୦ ଟଙ୍କା ରହିବ । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ କରି ସେମାନଙ୍କୁ କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ଯୋଜନା ସମ୍ପର୍କରେ ଡିଜିଟାଲ ପ୍ରକ୍ରିୟାରେ କରାଯିବା ନେଇ ନିଷ୍ପତି ନିଆଯାଇଛି। ଏଥିପାଇଁ ଫଣ୍ଡ ଫର ଇନୋଭସେନ ଆଣ୍ଡ ଟେକନୋଲୋଜି ବ୍ୟବସ୍ଥା ସୃଷ୍ଟିକରି ୮ଶହକୋଟି ଟଙ୍କାର ସହାୟତା ରାଶିର ବ୍ୟବସ୍ଥା କରାଯିବ ।