ଟ୍ୱିନ୍ ସିଟିରେ ଘଟୁଥିବା ଅପରାଧକୁ ନେଇ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ରିପୋର୍ଟ । ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି । ୨୦୨୩ ରେ ୫୨ ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୬୬ ରେ ପହଞ୍ଚିଛି । ଡକାୟତି, ଲୁଟ, ଚୋରି ଭୁବନେଶ୍ୱର ରେ ଏବର୍ଷ କମିଛି । ୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ । ଗୋଟିଏ ବର୍ଷରେ ୮୨କୋଟି ୫୩ ଲକ୍ଷ ୫୬ ହଜାର ଠକେଇ । ଭୁବନେଶ୍ୱର ସାଇବର ଥାନାରେ ୭୨୬୩ଟି ଅଭିଯୋଗ ହୋଇଛି । ଯେଉଁଥିରେ ୨୩କୋଟି ୬୦ଲକ୍ଷ ୧୪ ହଜାର ଟଙ୍କା ଫ୍ରିଜ କରିଛି ପୋଲିସ ।
୨କୋଟି ୫୦ ଲକ୍ଷ ଟଙ୍କା ସାଇବର ଠକଙ୍କ ଠାରୁ ଫେରସ୍ତ କରିଛି ପୋଲିସ । ଚଳିତ ବର୍ଷ ୨୮ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ ।ସେହିପରି କଟକ ୟୁପିଡ଼ିରେ ୨୦୨୩ ରେ ୭୮ ଟି ମର୍ଡର କେସ ସାମ୍ନାକୁ ଆସିଥିବା ବେଳେ ୨୦୨୪ ରେ ୮୯ ଟି କେସ ରୁଜୁ ହୋଇଛି । ଡକାୟତି , ଲୁଟ, ଚୋରି କଟକରେ ଗତବର୍ଷ କମିଛି । ସେହିପରି ଦଙ୍ଗା ଓ ଟ୍ରାଫିକ କେସରେ ସାମାନ୍ୟ ହ୍ରାସ ହୋଇଛି ।