କାନ୍ଦି ପକାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ରମେଶ ବିଧୁରୀଙ୍କ ଆପତ୍ତିଜନକ ବୟାନ ଉପରେ ପ୍ରଶ୍ନ ପଚରାଯିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ ଅସୁସ୍ଥ ଅଛନ୍ତି ଯେ ସେ ଚାଲିପାରୁ ନାହିଁ। ଭୋଟ ପାଇଁ ସେମାନେ ବୃଦ୍ଧ ବ୍ୟକ୍ତିଙ୍କୁ ଏମିତି ଦୁର୍ବ୍ୟବହାର କରୁଛନ୍ତି ମୁଁ ବିଶ୍ୱାସ କରିପାରୁନି।କାଲକାଜି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆତିଶୀଙ୍କ ବାପାଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି । ଆମ୍ ଆଦମୀ ପାର୍ଟି ଏହି ବୟାନକୁ ତୀବ୍ର ନିନ୍ଦା କରିଛି ।

ଅଧିକ ପଢନ୍ତୁ

Odisha Darpan Digital