ମହାକୁମ୍ଭ ପାଇଁ ଚାଲିବ 8 ଟି ବସ୍, ମହିଳାଙ୍କ ପାଇଁ 50 % ଡିସକାଉଣ୍ଟ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ଯିବ ୮ଟି ବସ୍‌। ଏଥିରେ ମହିଳାଙ୍କ ପାଇଁ ୫୦% ରିହାତି ରହିଛି। ଏନେଇ ସୂଚନା ଦେଇଛନ୍ତି OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ।ତେବେ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ ବାହାରିବ । ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ । ତେବେ ଯଦି ଆବଶ୍ୟକ ହୁଏ ତାହେଲେ ଅଧିକ ବସ୍ ଚଲେଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ । ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବସ୍‌ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।ସେହିପରି ଖାଲି ମହାକୁମ୍ଭ ନୁହେଁ , ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡିବ ବସ୍ ।

ଓଡିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । OSRTC ୱେବସାଇଟ୍‌, ମୋବାଇଲ୍‌ ଆପ୍‌ରେ ଟିକେଟ ବୁକିଂ କରିହେବ । ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ ବ୍ୟବସ୍ଥା କରାଯାଇଛି ।ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏଥିରେ ଦେଶ ବିଦେଶର କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀମାନେ ଯୋଗଦେଲେଣି। ବିଶେଷ କରି ନାଗା ସାଧୁମାନେ ପ୍ରୟାଗରାଜ ଆସିବା ଆରମ୍ଭ କଲେଣି। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।

ଅଧିକ ପଢନ୍ତୁ