ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ବୁଲିପାରିବେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ ସାଧାରଣ ଲୋକ । ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ ସାଧାରଣ ଲୋକ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ତାଙ୍କ ଘୋଷଣା ମୁତାବକ ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିବା ସହ ବିଭିନ୍ନ ଗ୍ୟାଲେରୀର ଷ୍ଟଲ ଦେଖିପାରିବେ । ୧୨ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନ ଆସି ଏଭଳି କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସାଧାରଣ ଲୋକ ବିଶେଷ କରି ଯୁବ ବର୍ଗଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି ।ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଭଳି ପ୍ରଦର୍ଶନ ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍‌ରେ ବିଶ୍ୱ ଆଗରେ ରଖାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital