ରାମଲାଲାଙ୍କ ପ୍ରତିଷ୍ଠାକୁ ପୁରିଲା ବର୍ଷେ

ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଗତ ବର୍ଷ ଜାନୁଆରୀ ୨୨ ତାରିଖରେ ଭବ୍ୟ ଆୟୋଜନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ତିଥି ଅନୁଯାୟୀ ପ୍ରାଣ ପ୍ରତିଷ୍ଠାକୁ ଆଜି ଗୋଟିଏ ବର୍ଷ ପୂରଣ ହେଉଛି। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେପଟେ ସୁରକ୍ଷା ବ୍ୟବସ୍ତା ମଧ୍ୟ କଡାକଡି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୨ଟାରେ ରାମକଥା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାମଚରିତମାନସ ଏବଂ ପ୍ରବଚନ ମଧ୍ୟ କରାଯିବ ।

ଅଧିକ ପଢନ୍ତୁ

Odisha Darpan Digital