କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଭିତରକନିକା ନଦୀ ଓ ନାଳରେ ଜୁଆର ହୋଇ ଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ନଦୀ ପଠାରେ କୁମ୍ଭୀର ଶୋଇଥିବା ଚିହ୍ନରୁ ତାର ଲମ୍ବ ମପା ଯାଇ ବୟସ ବର୍ଗ ସ୍ଥିର କରା ଯାଇଥାଏ । ପର୍ଯ୍ୟଟକମାନଙ୍କୁ ବନ୍ଦ କରିବାର ୩ ରୁ ୪ ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ। ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନାକାରୀ ଦଳ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ