କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପରମେଶ୍ବର ମହାଦେବ ମନ୍ଦିର ସଂଲଗ୍ନ ଅନୁସୟା ଘାଟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୭ ଥର ମକରବୁଡ ପକାଇ ଥିଲେ। ଭୁବନେଶ୍ୱରରୁ ବିମାନରେ ଆସି ସକାଳ ୯ଟା ୪୦ ମିନିଟ୍ ରେ ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ପହଞ୍ଚିଥିଲେ । ଏହାପରେ ସେଠାରୁ କେନ୍ଦୁଝର ଦେଇ ସଡ଼କ ପଥରେ ୧୦ ଟା ୪୦ ମିନିଟ୍ରେ ପାଟଣାରେ ପହଞ୍ଚିଥିଲେ ।ସେଠାରେ ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି ।
ଏହାପରେ ନଦୀ କୂଳରେ ଥିବା ପରମେଶ୍ଵର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେଠାରୁ ଯାଇ ସେ ପାଟଣାର ପୁରାତନ ଆନନ୍ଦେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆଜି ସ୍ଥାନୀୟ ଅଞ୍ଚଳରେ ଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମନ୍ଦିର ଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ପୋଲିସ ଫୋର୍ସ, ଲାଇଟ ଡିଟେକ୍ଟଟର, ଜାମର, ଡଗସ୍କ୍ବାର୍ଡ, ଭଳି କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା ତହସିଲ ଦାର ରଞ୍ଜିତ ମହାନ୍ତ ନିୟୋଜିତ ରହିଛନ୍ତି।