ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ତୁରନ୍ତ ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଳ୍ଲାପାଳ । ସେବା ବିଭ୍ରାଟ ନେଇ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରିବାକୁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅଳ୍ପ ସମୟ ମଧ୍ୟରେ ନୀତିକାନ୍ତି ଆରମ୍ଭ ହେବ |ରିପୋର୍ଟ ଆସିବା ପରେ ଯେଉଁ ସେବାୟତଙ୍କ ତ୍ରୁଟି ସାମ୍ନାକୁ ଆସିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିବାଦ ଦିନ ନୀତିକାନ୍ତି ସମୟରେ ଯେଉଁ ସେବାୟତ ମାନେ ଥିଲେ ସେମାନଙ୍କୁ ନେଇ ତଦନ୍ତ ହେବ । ତଦନ୍ତ ରିପୋର୍ଟରେ ଯେଉଁମାନଙ୍କ ଭୁଲ ସାମ୍ନାକୁ ଆସିବ, ସେମାନଙ୍କୁ ଅତିକମରେ ନିଲମ୍ବିତ କରାଯିବ ।